ମହଙ୍ଗା ହୋଇପାରେ ରେଳ ଯାତ୍ରା । ଭାରତୀୟ ରେଳ ଦୀର୍ଘବର୍ଷ ପରେ ଟ୍ରେନ ଟିକେଟ ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇଛି । ନୂଆ ଦର ଜୁଲାଇ ୧ ତାରିଖରୁ ଲାଗୁ ହେବ । ଏହାସହିତ ତତ୍କାଳୀନ ଟିକେଟ ବୁକିଂ ପାଇଁ ନୂଆ ନିୟମ ଆସିବ । ଯେଉଁଥିରେ ଆଧାର ଅନ୍ଥେଣ୍ଟିକେସନ ମଧ୍ୟ ବାଧ୍ୟତାମୂଳକ କରାଯିବ । ତେବେ ଏହି ପଦକ୍ଷେପ ସାଧାରଣ ନାଗରିକଙ୍କ ପାଇଁ ବେଶ ଫାଇଦା ଦେବ ବୋଲି ରେଳ ମନ୍ତ୍ରଣାଳୟ କହିଛି ।
ସୂଚନା ମୁତାବକ, ନନ୍-ଏସି ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ପ୍ରତିକିମି ୧ ପଇସା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏସିରେ ୨ ପଇସା ପ୍ରତି କିମି ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଦୂର ବାଟ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ ଉପରେ ଏହା ନିଶ୍ଚିତ ପ୍ରଭାବ ପକାଇବ ।
ତେବେ ଏହି ପରିବର୍ତ୍ତନ ରେଳ ସେବାକୁ ଉନ୍ନତ କରିବା ପାଇଁ ଜରୁରୀ । ପ୍ରତିଦିନ କିମ୍ବା ପାଖକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ । ୫୦୦ କିମି ପର୍ଯ୍ୟନ୍ତ ଯାତ୍ରା କରୁଥିବା ଯାତ୍ରୀ କୌଣସି ପ୍ରକାରର ସମସ୍ୟା ଭୋଗିବେ ନାହିଁ ।
ରେଳ ନିୟମ ଲାଗୁ କରିବା ପାଇଁ ରେଳ ମନ୍ତ୍ରଣାଳୟ ସେଣ୍ଟର ଫର ରେଲୱେ ଇନଫରମେସନ ସିଷ୍ଟମ୍ସ ଏବଂ ଆରଆରସିଟିସିରେ ଜରୁରୀ ଟେକନିକରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେଲୱେ ସମସ୍ତ ଜୋନାଲ ଡିଭିଜନକୁ ପରିବର୍ତ୍ତନ କରିବା ପାଇଁ ସୂଚନା ଦେଇଛି ।