ଆତଙ୍କବାଦ ବିରୁଦ୍ଧରେ ଲକ୍ଷ୍ମଣରେଖା ଟାଣିଛି ଭାରତ

ପଞ୍ଜାବର ଆଦମପୁର ଏୟାରବେସରେ ଭାରତୀୟ ବାୟୁସେନା ଯବାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନର ପର୍ଦ୍ଦାଫାସ କରିଛନ୍ତି । ଏୟାରବେସରେ ପହଞ୍ଚି ମୋଦି କହିଛନ୍ତି, ଭାରତ ମାତା କି ଜୟ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏହା ଦେଶ ପାଇଁ ଜୀବନ ବଳିଦାନ ଦେବା ପାଇଁ ଆମର ଯବାନମାନଙ୍କର ଏକ ସଂକଳ୍ପ।

ଆଦମପୁର ଏୟାରବେସରେ ସୈନିକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଯେତେବେଳେ ଆମର ଭଉଣୀ ଏବଂ ଝିଅଙ୍କ ସିନ୍ଦୁର ଛଡ଼ାଇ ନିଆଯାଇଥିଲା, ସେତେବେଳେ ଆମେ ଆତଙ୍କବାଦୀଙ୍କ ଘରେ ପଶି ମାରିଥିଲୁ ।

ସେମାନେ କାପୁରୁଷ ପରି ଲୁଚି ଆସିଥିଲେ, କିନ୍ତୁ ସେମାନେ ଭୁଲିଗଲେ ଯେ, ସେମାନେ ଯାହାକୁ ଚ୍ୟାଲେଞ୍ଜ କରିଥିଲେ ସେ ଭାରତୀୟ ସେନା । ବାୟୁସେନା ସାମ୍ନାରୁ ଆକ୍ରମଣ କରିଛି । ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଦେଇଛି । ଅପରେସନ ସିନ୍ଦୂର ଜରିଆରେ ୯ଟି ଆଡ୍ଡା ନଷ୍ଟ ହୋଇଯାଇଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କର ମାଲିକମାନେ ଏବେ ବୁଝିସାରିଛନ୍ତି ଯେ ଭାରତ ଆଡ଼କୁ ଆଖି ଉଠାଇବାର କେବଳ ଗୋଟିଏ ପରିଣାମ ହେବ ଏବଂ ତାହା ହେଉଛି ବିନାଶ ।

ଆତଙ୍କବାଦ ବିରୁଦ୍ଧରେ ଭାରତର ଲକ୍ଷ୍ମଣ ରେଖା ବହୁତ ସ୍ପଷ୍ଟ। ଯଦି ପୁଣି କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଭାରତ ଜବାବ ଦେବ, କଡ଼ା ଜବାବ ଦେବ।

Leave a Reply

Your email address will not be published. Required fields are marked *