ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ବିମାନରେ ସମସ୍ୟା ଦେଖାଦେବା ପରେ ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ଆଉ ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ ହୋଇଛି । ଫଳରେ ୨୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ।
ଖବର ମୁତାବକ, ଅହମ୍ମଦାବାଦରୁ ଲଣ୍ଡନ ଯାଇଥାନ୍ତା ଏୟାର ଇଣ୍ଡିଆ ବିମାନ AI 159 । ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉଡ଼ାଣ ହେବାର କିଛି ସମୟ ପୂର୍ବରୁ ବାତିଲ କରାଯାଇଛି ।ପୂର୍ବରୁ ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବାବେଳେ ପୁଣି ଜରୁରୀ ଅବତରଣ କରିଛି ଏୟାର ଇଣ୍ଡିଆ ବିମାନ । ପୁଣି ବିମାନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ମଙ୍ଗଳବାର ଦିନ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କୋଲକାତାରେ ଅବତରଣ କରିଛି ବିମାନ । ଫଳରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।