ବେଙ୍ଗାଳୁରୁ ଦଳଚକଟା ମାମଲା, ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି ଘୋଷଣା

Bengaluru: Footwears lie on the ground outside the Chinnaswamy Stadium following a stampede after a large number of fans gathered for the felicitation of IPL 2025 winning Royal Challengers Bengaluru team, in Bengaluru, Karnataka, Wednesday, June 4, 2025. At least four people were killed and several others suffered injuries in the incident. (PTI Photo)(PTI06_04_2025_000618B)

ବେଙ୍ଗାଲୁରୁ ଦଳଚକଟା ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଦଳାଚକଟା ଘଟଣାରେ ସହାୟତା ରାଶି ବୃଦ୍ଧି କରିଛନ୍ତି କର୍ଣ୍ଣାଟକ ସରକାର । ପୂର୍ବରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା ହୋଇଥିଲା । କିନ୍ତୁ ଘଟଣାକୁ ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ରାଶିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଭାବିତ ପରିବାରଙ୍କୁ ଖୁବଶୀଘ୍ର ଏହି ସହାୟତା ରାଶି ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଦରମୈୟା ।

ସୂଚନା ଅନୁସାରେ ଗତ ୩ ଜୁନ ୨୦୨୫ରେ ଆହମଦାବାଦରେ ଅନୁଷ୍ଠିତ ଆଇପିଏଲ ଫାଇନାଲରେ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିଲା । ଏହି ବିଜୟର ଉତ୍ସବ ପାଇଁ ବେଙ୍ଗାଲୁରୁରେ ଏକ ବିଜୟ ପରେଡର ଆୟୋଜନ କରାଯାଇଥିଲା । କିନ୍ତୁ ଏହି ପରେଡ ସମୟରେ ଷ୍ଟାଡିୟମ ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହା ଦଳାଚକଟାରେ ପରିଣତ ହୋଇଥିଲା । ଏହି ଘଟଣାରେ ଅନେକ ପ୍ରଶଂସକ ଆହତ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *