ହଲିଉଡ୍ ଷ୍ଟାର ଟମ୍ କ୍ରୁଜ୍ ତାଙ୍କ ଫିଲ୍ମ ‘ମିସନ୍ ଇମ୍ପସିବଲ୍ଫା ଇନାଲ୍ ରେକନିଂ’ ପାଇଁ ବେଶ ଚର୍ଚ୍ଚାରେ ଥିଲେ । ଯାହା ସାରା ବିଶ୍ୱରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମଟି ଭାରତ, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡର ସିନେମା ଘରେ ମେ ୧୭ ତାରିଖରେ ମୁକ୍ତିଲାଭ କରିଥିଲା । ଯେତେବେଳେ ଅନ୍ୟ ଦେଶଗୁଡ଼ିକରେ ଏହା ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।
ତେବେ କେବଳ ଏହି ପାର୍ଟ ନୁହେଁ ଯେତେବେଳେ ବି ଟମ୍ କ୍ରୁଜ୍ ତାଙ୍କର ଆଇକନିକ୍ ଫିଲ୍ମ ସିରିଜ୍ ‘ମିସନ୍ ଇମ୍ପସିବଲ୍’ ସହିତ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ସେତେବେଳେ ସେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏବେ ହଲିଉଡ୍ ସୁପରଷ୍ଟାର ପୁଣି ଥରେ ଶିରୋନାମାରେ ଅଛନ୍ତି । କାରଣ ଏଥର ଟମ୍ କ୍ରୁଜ୍ ଗଭର୍ଣ୍ଣର୍ସ ପୁରସ୍କାର ୨୦୨୫ରେ ସମ୍ମାନଜନକ ଓସ୍କାରରେ ସମ୍ମାନିତ ହେବେ ।ଏବେ ଟମ୍ କ୍ରୁଜ୍ ସମ୍ମାନଜନକ ଅସ୍କାର ଆୱାର୍ଡ ପାଇବେ । ଅଭିନେତାଙ୍କ ସହ ଡଲି ପାର୍ଟନ୍, ଡେବି ଆଲେନ୍ ଏବଂ ୱିନ୍ ଥମାସଙ୍କ ମଧ୍ୟ ଏହି ଆୱାର୍ଡ ପାଇବାକୁ ଯାଉଛନ୍ତି । ଏହି ସମସ୍ତ ଅଭିନେତାଙ୍କୁ ଗଭର୍ଣ୍ଣର୍ସ ପୁରସ୍କାର ୨୦୨୫ରେ ସମ୍ମାନଜନକ ଅସ୍କାରରେ ସମ୍ମାନିତ କରାଯିବ । ଏହା ବ୍ୟତୀତ ଡଲି ପାର୍ଟନ୍ ଜିନ୍ ହର୍ଶୋଲ୍ଟ ହ୍ୟୁମାନିଟାରିଆନ୍ ପୁରସ୍କାର ମଧ୍ୟ ପାଇବେ । ଯାହା ବିଷୟରେ ମଙ୍ଗଳବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଘୋଷଣା କରିଛି ।